ଆର୍‌ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ ଦାବି ନେଇ ଗୁରୁବାର ହିତାଧିକାରୀମାନେ ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଦାବିପତ୍ର ଦେଇଛନ୍ତି। ପିଚିପିଚା ନଗର ଅଞ୍ଚଳର ରାଜୀବ ଆବାସ ଯୋଜନା ତାଲିକାରେ ନାମ ଥାଇ ମଧ୍ୟ ଘର ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ରାଜୀବ ଆବାସ ଯୋଜନା ବନ୍ଦ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିବାକୁ ଥିବା ହାଉସିଂ ସ୍କିମ୍‌ରେ ସାମିଲ କରାଯିବାକୁ ଯୋଜନା ରହିଥିବା କମିଶନର ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ବେଳେ ସ୍ଥାନୀୟ ପୂର୍ବତନ କର୍ପୋରେଟର ଅନୀଲ ନାୟକଙ୍କ ସମେତ ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ।

Share