Categories: ଜାତୀୟ

ଆର୍‌ଏସ୍‌ଏସ୍‌ର ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ଯୋଗଦେଲେ ଭାଗବତ

ନାଗପୁର,୮।୧୦: ମହାରାଷ୍ଟ୍ର ନାଗପୁରରେ ମଙ୍ଗଳବାର ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ସଂଘ ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିବା ସୂଚନା ମିଳିଛି। ସେଠାରେ ସେ ଶସ୍ତ୍ର ପୂଜା କରିବା ପରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସଂଘ ମୁଖ୍ୟାଳୟ ରେଶନ ବାଗ ମୈଦାନରେ ଅନୁଷ୍ଠିତ ହେଉଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ, ପୂର୍ବତନ ସେନା ଅଧିକାରୀ ଭିକେ ସିଂ ପ୍ରମୁଖ ଯୋଗ ଦେଇଥିଲେ। ସଂଘର ସ୍ଥାପନାକୁ ମଙ୍ଗଳବାର ୯୪ ବର୍ଷ ପୂରଣ ହେଉଛି।

Share