Categories: ଜାତୀୟ

ଆର୍‌ଏସ୍‌ଏସ୍‌ ଆତଙ୍କବାଦୀ ସଙ୍ଗଠନ: ଆମ୍ବେଡକରଙ୍କ ଅଣନାତି

କୋଲକାତା,୨୭।୧: ଡା. ବିଆର୍‌ ଆମ୍ବେଦକରଙ୍କ ଅଣନାତି ରାଜରତ୍ନ ଆମ୍ବେଡକର ରବିବାର କୋଲକାତାରେ ଆର୍‌ଏସ୍‌ଏସ୍‌କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଆର୍‌ଏସ୍‌ଏସ୍‌ ଭାରତର ଆତଙ୍କବାଦୀ ସଙ୍ଗଠନ। ଏହା ଉପରେ ନିଷେଧାଜ୍ଞା ଜାରି କରାଯାଉ। ଜଣେ ସାଧ୍ୱୀ ପ୍ରଧାନମନ୍ତ୍ରୀଙ୍କ ପାଖେ ବସୁଛନ୍ତି ଆଉ କହୁଛନ୍ତି ଯେତେବେଳେ ଭାରତୀୟ ସେନାଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଶେଷ ହୋଇଯାଏ ସେତେବେଳେ ଆର୍‌ଏସ୍‌ଏସ୍‌ ତାଙ୍କୁ ଏହା ଯୋଗାଇ ଦେଇଥାଏ। ଏହାକୁ ନେଇ ସେ ପ୍ରଶ୍ନ କରିଛନ୍ତି ଆର୍‌ଏସ୍‌ଏସ୍‌ ନିକଟରେ ଏସବୁ କେଉଁଠୁ ଆସୁଛି।

Share