Categories: ଜାତୀୟ

ଆର୍‌ଏସ୍‌ଏସ୍‌ ସମେତ ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ନୀତୀଶଙ୍କ ନିର୍ଦ୍ଦେଶ: ସ୍ପେଶାଲ ବ୍ରାଞ୍ଚ୍‌କୁ ଦାୟିତ୍ୱ

ପାଟନା,୧୭।୭: ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ସରକାର ରାଜ୍ୟର କେତେକ ସଂଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ରାଜ୍ୟରେ କାର୍ଯ୍ୟକରୁଥିବା ୧୯ଟି ସଂଗଠନର ପଦାଧିକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଆର୍‌ଏସ୍‌ଏସ୍‌ ସହିତ ଅନ୍ୟ ୧୮ଟି ସଂଗଠନ ରହିଛନ୍ତି। ଏହାର ଦାୟିତ୍ୱ ସ୍ପେଶାଲ ବ୍ରାଞ୍ଚ୍‌କୁ ଦିଆଯାଇଛି। ଏହି ନିର୍ଦ୍ଦେଶ ଗତ ମେ ୨୮ରୁ ଦିଆଯାଇଥିବା କୁହାଯାଉଛି। ଏଥିରେ ଆର୍‌ଏସ୍‌ଏସ୍‌, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ଜାଗରଣ ସମିତି, ଧର୍ମ ଜାଗରଣ ସମନ୍ବୟ ସମିତି, ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ, ହିନ୍ଦୁ ରାଷ୍ଟ୍ର ସେନା, ରାଷ୍ଟ୍ରୀୟ ସେବିକା ସମିତି, ଶିକ୍ଷା ଭାରତୀ, ଦୁର୍ଗା ବାହିନୀ, ସ୍ବଦେଶୀ ଜାଗରଣ ମଞ୍ଚ, ଭାରତୀୟ କିଷାନ ସଂଘ ଆଦି ସଂଗଠନ ରହିଛନ୍ତି। ସେହିପରି ଅନ୍ୟ ସଂଗଠନଙ୍କ ମଧ୍ୟରେ ଭାରତୀୟ ମଜଦୁର୍‌ ସଂଘ, ଭାରତୀୟ ରେଲଓ୍ବେ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅଖିଳ ଭାରତୀୟ ଶିକ୍ଷକ ମହାସଂଘ, ହିନ୍ଦୁ ମହାସଭା, ହିନ୍ଦୁ ଯୁବା ବାହିନୀ, ହିନ୍ଦୁ ପୁତ୍ର ସଂଗଠନ ଆଦି ରହିଛନ୍ତି।

Share