Categories: ବାଣିଜ୍ୟ

ଆର୍‌ଓସି ଆବେଦନ ଖାରଜ କଲେ ଏନ୍‌ସିଏଲ୍‌ଏଟି

ମୁମ୍ବାଇ,୭-୧: ଟାଟାସନ୍ସ-ମିସ୍ତ୍ରି କର୍ପୋରେଟ ମାମଲାରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଇବା ବେଆଇନ ଥିଲା ବୋଲି ଟ୍ରିବ୍ୟୁନାଲ କହିଥିଲେ। ଏହା ସହ ମିସ୍ତ୍ରିଙ୍କୁ ପୁଣି ଥରେ ଟାଟାସନ୍ସ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବାକୁ ଟ୍ରିବ୍ୟୁନାଲ କହିବା ସହ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀ ଭାବେ ପରିବର୍ତ୍ତନକୁ ବେଆଇନ ବୋଲି ରାୟରେ କୁହାଯାଇଥିଲା। ଏହି ରାୟରେ ସଂଶୋଧନ କରିବାକୁ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ(ମୁମ୍ବାଇ) ପକ୍ଷରୁ ଏନ୍‌ସିଏଲ୍‌ଏଟିର ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଥିଲେ। ସୋମବାର ଆସିଥିବା ରାୟରେ ଆର୍‌ଓସି ଆବେଦନକୁ ଖାରଜ କରାଯାଇଛି ଏବଂ ରାୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

Share