Categories: ଜାତୀୟ

ଆର୍‌ଜେଡିକୁ ଶକ୍ତ ଝଟକା

ପାଟନା, ୨୪ା୬ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ଦଳବଦଳ ଆରମ୍ଭ ହୋଇଗଲାଣି। ଏହିକ୍ରମରେ ମଙ୍ଗଳବାର ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ଶକ୍ତ ଝଟକା ଲାଗିଛି। ଦଳର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ ସିଂ ପଦ ଛାଡ଼ିିଥିବା ବେଳେ ୮ରୁ ୫ ଏମ୍‌ଏଲ୍‌ସି ଜେଡିୟୁରେ ଯୋଗଦେଇଛନ୍ତି। ରଘୁବଂଶ କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଆର୍‌ଜେଡି ଛାଡ଼ି ଶାସକ ଜେଡିୟୁରେ ମିଶିଥିବା ୫ ଏମ୍‌ଏଲ୍‌ସି ହେଲେ ସଞ୍ଜୟ ପ୍ରସାଦ, ଦିଲ୍ଲିପ ରାୟ, ମହମ୍ମଦ କମର ଆଲାମ ରାଧାଚରଣ ଶାହା ଓ ରଣବିଜୟ ସିଂ। ଜୁଲାଇ ୭ରେ ବିଧାନ ପରିଷଦ ନିର୍ବାଚନ ହେବାକୁ ଥିବାବେଳେ ଏହି ନେତାମାନେ ଦଳ ପରିତ୍ୟାଗ କରିଛନ୍ତି।

Share