Categories: ଜାତୀୟ

ଆର୍‌ଜେଡି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ

ପାଟନା,୩।୧୨: ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଭାବେ ପୁଣିଥରେ ବିନା ପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ୧୧ ଥର ଲାଗି ଲାଲୁ ଆର୍‌ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩, ୨୦୧୭ରୁ ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍‌ରେ ଥିବା ଲାଲୁ ପ୍ରସାଦ ଯାଦବ ଏବେ ସ୍ବାସ୍ଥ୍ୟଗତ କାରଣରୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ କେଡିକାଲ ସାଇନ୍‌ସେସ୍‌(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ଏବେ ପୁଣିଥରେ ତାଙ୍କୁ ଏହି ପଦ ମିଳିବା ପରେ କର୍ମୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

Share