Categories: ଜାତୀୟ

ଆର୍‌ଜେଡି ବିଧାୟକଙ୍କ ବିରୋଧରେ ଚାର୍ଜଶିଟ୍‌

ଆରା,୯ା୨(ପି.ଟି.): ନାବାଳିକା ବଳାତ୍କାର ମାମଲାରେ ଫେରାର ଥିବା ଆର୍‌ଜେଡି ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ସନ୍ଦେଶ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଯାଦବଙ୍କ ବିରୋଧରେ ମାନବ ଚାଲାଣ, ଯୌନ ନିର୍ଯାତନା ସମେତ ପୋକ୍ସୋ ଆଇନ ଏବଂ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟରେ ଚାର୍ଜଶିଟ୍‌ ହୋଇଛି। ୧୦ରେ ଅଦାଲତରେ ହାଜର ପାଇଁ ବ୍ୟବସ୍ଥା କରିବାକୁ ବିଧାନସଭା ବାଚସ୍ପତି ବିଜୟ କୁମାର ଚୌଧ୍‌ରୀଙ୍କୁ ନୋଟିସ ହୋଇଛି।

Share