Advertisement
Categories: କନ୍ଧମାଳ

ଆର୍‌ଟିଆଇ ସଂଶୋଧନକୁ ବିରୋଧ

ଫୁଲବାଣୀ ଅଫିସ, ୨୮।୭-କେନ୍ଦ୍ର ସରକାର ଆରଟିଆଇ ବିଲ୍‌ ସଂଶୋଧନ ଆଣି ଉଭୟ ସଦନରେ ପାରିତ କରିଛନ୍ତି। ହେଲେ ଏହା ଠିକ୍‌ ନୁହେଁ ବୋଲି ଆର୍‌ଟିଆଇ (ଜନ ସୂଚନା ଅଧିକାର) କର୍ମୀ କହିଛନ୍ତି। ଏହି କ୍ରମରେ ରବିବାର ଫୁଲବାଣୀର ସୂଚନା ଅଧିକାରୀ କର୍ମୀ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରି ବଜାର ପେଟ୍ରୋଲ ପମ୍ପ ସମ୍ମୁଖରେ ବ୍ୟାନର ଧରି ଆର୍‌ଟିଆଇ ସଂଶୋଧନକୁ ବିରୋଧ କରିଛନ୍ତି। ଜନ ସୂଚନା ଅଧିକାର ଆଇନର ସମ୍ବିଧାନ ସଂଶୋଧନ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ଶାସନର ନମୂନା ା ସୂଚନା କମିଶନରଙ୍କୁ ନ୍ୟୁନ କରି ସରକାର ଆଇନକୁ ଦୁର୍ବଳ କରିବାର ଅପଚେଷ୍ଟାରୁ ନିବୃତ୍ତ ରହି ସୂଚନା ଅଧିକାରକୁ ଅଧିକ ସୁଦୃଢ଼ କଲେ ସମାଜର ମଙ୍ଗଳ ହେବ ା ଦୁର୍ନୀତିଗ୍ରସ୍ତ ଅଫିସର, କର୍ମଚାରୀ ଦଣ୍ଡିତ ହେବେ ଏବଂ ଏକ ଉତ୍ତରଦାୟୀ ସ୍ବଚ୍ଛ ପ୍ରଶାସନ ପ୍ରତିଷ୍ଠା ହୋଇପାରିବ ବୋଲି ଆର୍‌ଟିଆଇ କର୍ମୀ ଅଶୋକ ପରିଡା ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel