ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍‌ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଟିଓରେ କେତେ ଏଜେଣ୍ଟ କାମ କରନ୍ତି ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଏଜେଣ୍ଟଙ୍କ ସଂଖ୍ୟା ଜଣାଇବାକୁ ହାଇକୋର୍ଟ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ କିଓସ୍କରେ ଯଥାସମ୍ଭବ ସେମାନଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ନିଯୁକ୍ତି ହେବା ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର ଦାୟିତ୍ୱ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକ୍ରିୟାକୁ ୨ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share