Categories: ବାଣିଜ୍ୟ

ଆର୍‌ଟିଜିଏସ୍‌,ଏନ୍‌ଇଏଫ୍‌ଟିରେ ଲାଗିବନି ଚାର୍ଜ:ଗ୍ରାହକଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୭-୬: ରିଜଭର୍ର୍ ବ୍ୟାଙ୍କ ଅନ୍‌ଲାଇନରେ ଟ୍ରାଞ୍ଜାକଶନ୍‌ କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରି ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଉପରେ ଲାଗୁଥିବା ଶୁଳ୍କ ବା ଚାର୍ଜକୁ ପ୍ରତ୍ୟାହାର କରିନେଇଛି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର କହିଛନ୍ତି। ଉଲ୍ଲେଖଥାଉ କି, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ତତ୍କାଳ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ହେଲେ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌)ର ପ୍ରୟୋଗ କରାଯାଇଥାଏ। ସେହିପରି ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇବା ଲାଗି ନ୍ୟାଶନାଲ ଇଲେକ୍ଟ୍ରୋନିକ ଫଣ୍ଡସ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ପ୍ରଣାଳୀରେ ପଠାଯାଇଥାଏ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ପ୍ରଣାଳୀରେ ଟଙ୍କା ପଠାଇବା ଲାଗି ଗ୍ରାହକଙ୍କଠାରୁ ୧ ଟଙ୍କାରୁ ୫ ଟଙ୍କା ନେଇଥାଏ। ସେହିପରି ଆର୍‌ଟିଜିଏସ୍‌ରେ ୫ ଟଙ୍କାର ୫୦ ଟଙ୍କା ପର୍ଯ୍ୟନ୍ତ ନିଏ।

Share