Categories: ବାଣିଜ୍ୟ

ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ପଠାଇବା ହେଲା ଶସ୍ତା

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗ୍ରାହକଙ୍କୁ ଆଶ୍ୱସ୍ତ କରି ରିୟଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସମୟକୁ ସନ୍ଧ୍ୟା ୬ଟା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଅପରାହ୍ନ ସାଢ଼େ ୪ଟା ଯାଏ ଥିଲା। ଏହାର ଖୋଲିବା ସମୟ ସକାଳ ୮ଟା ରଖାଯାଇଛି। ଆର୍‌ବିଆଇ ଓ୍ବେବସାଇଟରେ ଉପଲବ୍ଧ ସୂଚନା ମୁତାବକ, ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ପଠାଇବା ଲାଗି ଭିନ୍ନ ଭିନ୍ନ ଚାର୍ଜ ଅସୁଲ କରାଯିବ। ସମୟ ସହିତ ଚାର୍ଜର ପରିମାଣ ଅଲଗା କରାଯାଇଛି। ଗ୍ରାହକଙ୍କ ପାଇଁ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ରଖାଯାଇଥିବା ବେଳେ ଇଣ୍ଟର ବ୍ୟାଙ୍କ ଟ୍ରାଞ୍ଜାକ୍‌ଶନର ବନ୍ଦ ସମୟ ସନ୍ଧ୍ୟା ୭.୪୫ଟା ଏବଂ ଆଇଡିଏଲ୍‌ ରିଭର୍ସାଲର ସମୟ ସନ୍ଧ୍ୟା ୭.୪୫ଟାରୁ ୮ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ତଦନୁଯାୟୀ ଚାର୍ଜ ମଧ୍ୟ ଭିନ୍ନ ରଖାଯାଇଛି। ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ୧୧ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଟ୍ରାଞ୍ଜାକ୍‌ଶନ ପାଇଁ

Share