ନୂଆଦିଲ୍ଲୀ,୧ା୬(ପି.ଟି.): ରିପବ୍ଲିକ ପାର୍ଟି ଅଫ୍ ଇଣ୍ଡିଆ (ଆର୍ପିଆଇ) ନେତା ସମିମ୍ ସୈଫ୍ଙ୍କ ଦିଲ୍ଲୀ ଫାର୍ମହାଉସ୍ରେ ରବିବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା କର୍ମୀଙ୍କୁ ଗୁଳି କରିଛନ୍ତି। ଗୁରୁତର ଅବସ୍ଥାରେ ସୁରକ୍ଷା କର୍ମୀ ହରିନାଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ବ୍ୟକ୍ତି ଜଣକ ଫାର୍ମ ହାଉସରେ ପ୍ରବେଶ କରିବାକୁ ଉଦ୍ୟମ କଲାବେଳେ ସୁରକ୍ଷା କର୍ମୀ ଅଟକାଇବାରୁ ସେ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।