Categories: ବାଣିଜ୍ୟ

ଆର୍‌ବିଆଇକୁ ସିଆଇସିଙ୍କ ନିର୍ଦ୍ଦେଶ;ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଅ

ନୂଆଦିଲ୍ଲୀ,୨୮-୫: ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିବା ଏଭଳି ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌସ୍ଥିତ ସୂଚନା ଅଧିକାର କର୍ମୀ ନୂତନ ଠାକୁରଙ୍କ ଅପିଲ୍‌ ଉପରେ ଶୁଣାଣି କରିବା ସିଆଇସି ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ଏବଂ ସମାଧାନ ପାଇଁ ବ୍ୟାଙ୍କ ନିକଟକୁ ପଠାଇଥିବା ଏଭଳି ବଡ଼ ଋଣଖିଲାପୀଙ୍କ ତଥ୍ୟ ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ନିକଟକୁ ସମାଧାନ ପାଇଁ ବଡ଼ ଋଣଖିଲାପକାରୀଙ୍କୁ ପଠାଯାଇଛି ବୋଲି ଆର୍‌ବିଆଇ ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟଙ୍କ ବୟାନକୁ ମିଡିଆରେ ପ୍ରକାଶ କରାଯାଇଥିଲା। ଠାକୁର ଏହି ରିପୋର୍ଟକୁ ଆଧାର କରିଛନ୍ତି।

Share