ଆର୍‌ବିଆଇରେ ବିରଲଙ୍କ ପରେ ରହିଲେନି ବିରୋଧର ସ୍ବର

ନୂଆଦିଲ୍ଲୀ,୨୫-୬: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦରୁ ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରୁଥିବା କୌଣସି ଉଚ୍ଚ ଅଧିକାରୀ ଆଉ କେନ୍ଦ୍ରୀୟ ବ୍ୟାଙ୍କରେ ରହିଲେନି। ବିମୁଦ୍ରୀକରଣ ଓ ଆର୍‌ବିଆଇରେ ଗଚ୍ଛିତ ଥିବା ବଳକା ଟଙ୍କାକୁ ନେଇ କେନ୍ଦ୍ର ସରକାରଙ୍କ ସହ ରିଜର୍ଭ ବ୍ୟାଙ୍କର ମତାନ୍ତର ପରେ ଗଭର୍ନର ପଦରୁ ଡ.ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ। ତାଙ୍କର ଇସ୍ତଫା ପୂର୍ବରୁ ରିଜର୍ଭ ବ୍ୟାଙ୍କରେ ଯେ ସବୁକିଛି ଠିକ୍‌ ଚାଲୁନି ଏହା ଜଣାଇ ଦେଇଥିଲେ ବିରଲ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କେନ୍ଦ୍ର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଥିଲେ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତା ବଜାୟ ରହିବା ଆବଶ୍ୟକ ବୋଲି ନିଜର ମତ ରଖିଥିଲେ।
ଗତ ୩ ବର୍ଷ ଭିତରେ କେନ୍ଦ୍ରୀୟ ବ୍ୟାଙ୍କରୁ ୩ ଜଣ ସର୍ବୋଚ୍ଚ ଅଧିକାରୀ ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ରଘୁରାମ ରାଜନ ଇସ୍ତଫା ଦେଇଥିଲେ। ଏହାପରେ ପଟେଲ ଓ ଏବେ ବିରଲ ନିଜ ପଦରୁ ଇସ୍ତଫା ଦେଲେ। ଡ.ଆଚାର୍ଯ୍ୟଙ୍କ ଇସ୍ତଫା ଚକିତ କଲା ଭଳି ନ ଥିଲା। କାରଣ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ସରକାର ଓ ନବନିଯୁକ୍ତ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସହ ତାଙ୍କର ମତଭେଦ ଥିଲା। କାରଣ ଫାଇନାନ୍ସିଆଲ ସିଷ୍ଟମ ଉପରେ ଆଚାର୍ଯ୍ୟଙ୍କ ଦୃଷ୍ଟିକୋଣ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ତାଙ୍କର ମୁଦ୍ରାନୀତିରେ ୩ ଥର ରେପୋ ରେଟ ହ୍ରାସ କରିଛନ୍ତି। ଏଥିମଧ୍ୟରୁ ୨ ଥର ଡ.ଆଚାର୍ଯ୍ୟ ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହାକୁ ବିରୋଧ କରିଥିଲେ। ଆର୍ଥିକ ବିକାଶ ଏବଂ ମୁଦ୍ରାସ୍ଫୀତିକୁ ନେଇ ତାଙ୍କର ମତ ଭିନ୍ନ ଥିଲା। ଚଳିତ ମାସରେ ଅନୁଷ୍ଠିତ ମୁଦ୍ର ନୀତି ସମୀକ୍ଷା ବୈଠକରେ ମଧ୍ୟ ଗଭର୍ନର ଦାସ ଓ ବିରଲଙ୍କ ମଧ୍ୟରେ ବିତ୍ତୀୟ ନିଅଣ୍ଟକୁ ନେଇ ମତଭେଦ ଥିଲା।
ଆଚାର୍ଯ୍ୟଙ୍କ ଶୂନ୍ୟସ୍ଥାନ ପୂରଣ
ତେବେ ପ୍ରଶ୍ନ ଉଠୁଛି, ଡ.ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ତାଙ୍କର ଶୂନ୍ୟସ୍ଥାନ କିଏ ପୂରଣ କରିବ? କେନ୍ଦ୍ର ସରକାରଙ୍କୁ ଏ ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ହେବ। କାରଣ ସେ ଯେଉଁ ବିଭାଗଗୁଡ଼ିକ ଦାୟିତ୍ୱରେ ରହିଥିଲେ, ତାହାକୁ ବେଶି ଦିନ ଅଣଦେଖା କରାଯାଇପାରିବ ନାହିଁ। ତେବେ ତାଙ୍କ ପଦବୀ ପୂରଣ ପାଇଁ କେତେକ ସମ୍ଭାବ୍ୟ କେତେକ ନାମ ବିଚାରଯୋଗ୍ୟ ହୋଇପାରେ। ସେମାନଙ୍କ ମଧ୍ୟରେ ରହିଛନ୍ତି, ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଆର୍ଥିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲ, ଆର୍‌ବିଆଇ ମୁଦ୍ରା ନୀତି ସମୀକ୍ଷା କମିଟିର ସଦସ୍ୟ ଡ.ମାଇକେଲ ପାତ୍ର। ମୁଦ୍ରାନୀତି ସମୀକ୍ଷା କମିଟି ବୈଠକରେ ବିରୋଧର ସ୍ବର ଉଠାଇ ମୁଦ୍ରାନୀତି ସ୍ଥିର କରିବାରେ ଡ.ଆଚାର୍ଯ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଡ.ପାତ୍ରଙ୍କ ମତାମତ ସର୍ବଦା ସରକାରଙ୍କ ସପକ୍ଷରେ ଯାଇଥାଏ ବୋଲି ସର୍ବଜନବିଦିତ।


Enter your email to get our daily news in your inbox.

All Right Reserved By Dharitri.Com

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

କମ୍‌ଭିଭା ସହ ଏଡବ୍ଲ୍ୟୁଏସ୍‌ର ବୁଝାମଣା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍‌ଭିଭା ଏବଂ ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ...

ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍‌ସ ମିଟ୍‌

ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍‌ସ ମିଟ୍‌ ଇତିମଧ୍ୟରେ ଅନୁଷ୍ଠିତ...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା

ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri