Categories: ବାଣିଜ୍ୟ

ଆର୍‌ବିଆଇର ଆର୍ଥତ୍କ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୪-୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଆର୍ଥତ୍କ ସାକ୍ଷରତା ସପ୍ତାହ ପାଳନ କରାଯାଉଛି। ଏହା ଚଳିତ ମାସ ୩ରୁ ୭ ଯାଏ ଅନୁଷ୍ଠିତ ହେବ। ଅର୍ଥ ସଂକ୍ରାନ୍ତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ଲାଗି ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଚଳିତ ବର୍ଷ ଥିମ ଭାବେ ‘କୃଷକ’କୁ ରଖାଯାଇଛି। ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଜଡିତ ହେବା ଦ୍ୱାରା ସେମାନେ କିଭଳି ଭାବେ ଲାଭବାନ ହୋଇଛନ୍ତି ତାହା ଗୁରୁତ୍ୱାରୋପ କରାଯାଇଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କୃଷି କ୍ଷେତ୍ରର ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ଉକ୍ତ କ୍ଷେତ୍ରର ବିକାଶ ଲାଗି ଅର୍ଥ ଯୋଗାଣ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।

ଠିକ୍‌ ନୀତି ନିର୍ଦ୍ଧାରଣ ଦ୍ୱାରା କୃଷକମାନେ କିଭଳି ଋଣ ଲାଭ କରି ପାରିବେ ସେ ଦିଗରେ ରିଜର୍ଭ ବ୍ୟାଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି। ଗତ କିଛି ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଋଣ ଯୋଗାଣ ଧାରା ଏବଂ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଥିବା କହିଛି। କୃଷକ ଗୋଷ୍ଠୀଙ୍କ ମଧ୍ୟରେ ଆର୍ଥତ୍କ ସଚେତନତା ଲାଗି ପୋଷ୍ଟର ଏବଂ ଲିଫଲେଟ ବ୍ୟବସ୍ଥା କରାଯାଇଛି। ଗ୍ରାମୀଣ ବ୍ୟାଙ୍କ ଶାଖା, ଫାଇନାନସିଆଲ ଲିଟେରେସି ସେଣ୍ଟର ଏଟିଏମ୍‌ ଏବଂ ଓ୍ବେବସାଇଟରେ ପୋଷ୍ଟର ଡିସ୍ପଲେ ସହ କେନ୍ଦ୍ରୀକୃତ ମାସ ମିଡିଆ ଅଭିଯାନ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଲାଗି ରିଜର୍ଭ ବ୍ୟାଙ୍କ ସମସ୍ତ ଅଂଶୀଦାରଙ୍କୁ ନିବେଦନ କରିଛି।

Share