Categories: ବାଣିଜ୍ୟ

ଆର୍‌ବିଆଇ ଗଭର୍ନରଙ୍କ ସ୍ବୀକାର;ଆଶାଠାରୁ ଖରାପ ରହିଛି ଜିଡିପି

ନୂଆଦିଲ୍ଲୀ,୧୭-୯: ଦେଶର ଅର୍ଥନୀତି ଖରାପ ସମୟ ଦେଇ ଗତିକରୁଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୫% ଜିଡିପି ଅଭିବୃଦ୍ଧି ହାର ତାଙ୍କୁ ଚକିତ କରିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଶକ୍ତିକାନ୍ତ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ବଢ଼ାଇବା ଲାଗି ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଗତବର୍ଷ ଅପେକ୍ଷା ଅଧିକ ଏଫଡିଆଇ ଆସିଛି। ଖାଦ୍ୟ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସବୁ ଠିକ୍‌ ରହିଛି। ଧୀରେ ଧୀରେ ସ୍ଥିତିରେ ଉନ୍ନତି ଆସିବ। ସରକାର ତୁରନ୍ତ ହସ୍ତକ୍ଷେପ କରୁଛନ୍ତି, ଏହା ଏକ ସକାରାମତ୍କ ଦିଗ। ଢ଼ାଞ୍ଚାଗତ କ୍ଷେତ୍ରରେ ସଂସ୍କାର ପାଇଁ ଆର୍‌ବିଆଇ ନିଜର ରିପୋର୍ଟରେ କହିସାରିଛି। ଖର୍ଚ୍ଚ ବଢ଼ାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରୁଛନ୍ତି। ଦେଶର ଜିଡିପି ପ୍ରଥମ ତ୍ରୈମାସରେ ୫.୮% ରହିବ ବୋଲି ଆର୍‌ବିଆଇ ଅନୁମାନ କରିଥିବା ବେଳେ ଏହା ୫% ରହିବା ନିଶ୍ଚିତ ଭାବେ ଖରାପ କୁହାଯାଇପାରେ ବୋଲି ଶକ୍ତିକାନ୍ତ କହିଛନ୍ତି। ତେବେ କେବେ ସୁଦ୍ଧା ଅର୍ଥନୀତି ଗତିଶୀଳ ହେବ ବର୍ତ୍ତମାନ କହିବା ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦ୍ୱିତୀୟ ତ୍ରୈମାସର ଫଳାଫଳକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି।

Share