Categories: ବାଣିଜ୍ୟ

ଆର୍‌ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ ନେବାକୁ କୁହାଯାଇଥିଲା। ହେଲେ ଆର୍‌ବିଆଇର ଏହି ଚିଠିକୁ ହେୟଜ୍ଞାନ କରି ମହାରାଷ୍ଟ୍ର କ୍ଷତିଗ୍ରସ୍ତ ୟେସ୍‌ ବ୍ୟାଙ୍କ ସମେତ ଅନ୍ୟ ଘରୋଇ ବ୍ୟାଙ୍କଗୁଡିକରେ ରହିଥିବା ରାଜ୍ୟର ବିଭିନ୍ନ ଅନୁଷ୍ଠାନଗୁଡିକର ଜମା ଅର୍ଥକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ସ୍ଥାନାନ୍ତର କରିଛି। ଘରୋଇ ବ୍ୟାଙ୍କରେ ଜମା ଅର୍ଥର ସୁରକ୍ଷା ନେଇ କୌଣସି ଗ୍ୟାରେଣ୍ଟି ରହୁ ନ ଥିବାରୁ ରାଜ୍ୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।

Share