Categories: ବାଣିଜ୍ୟ

ଆର୍‌ବିଆଇ ବୋର୍ଡ ବୈଠକରେ ଉଠିପାରେ ଡିଭିଡେଣ୍ଡ ପ୍ରସଙ୍ଗ

ନୂଆଦିଲ୍ଲୀ,୨୦-୧: ବର୍ତ୍ତମାନ ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଟିକସ ସଂଗ୍ରହ କମିଥିବାରୁ ରାଜକୋଷ ଉପରେ ଏବେ ଚାପ ରହିଛି। ଏହାକୁ ଧ୍ୟାନରେ ରଖି ସରକାର କେନ୍ଦ୍ରୀୟ ବ୍ୟାଙ୍କଠାରୁ ଅଧିକ ଅର୍ଥ ଆଶା କରୁଛନ୍ତି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକରେ କେନ୍ଦ୍ର ସରକାର ଆଶା କରୁଥିବା ଅତିରିକ୍ତ ଲାଭାଂଶ ବା ଡିଭିଡେଣ୍ଡ ପ୍ରସଙ୍ଗ ଉଠିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% କମିଛି। ଏହା ଚଳିତ ଆର୍ଥତ୍କ ବର୍ଷରେ ୧୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବ ବୋଲି ସରକାର ପୂର୍ବାନୁମାନ କରିଛନ୍ତି। ୨୦୧୮-୧୯ରେ ଏହା ୬.୮% ରହିଥିଲା।

Share