ଆର୍‌ବିଏସ୍‌କେ ଦେଲା ନୂଅଁ। ଜୀବନ୍‌

 

ଲାଠୋର, ୧୪ା୩ (ଡି.ଏନ.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁ। ର ଝନେ ଦିବ୍ୟାଙ୍ଗ ଛାତ୍ରୀ ସୁବିଧା ହଂସ(୧୨) ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାଯ୍‌କରମ(ଆର୍‌ବିଏସ୍‌କେ) ଜରିଆରେ ନୂତନ ଜୀବନ୍‌ ପାଇଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଟଙ୍କପାଣି ଗଁ। ର ରାହାସ ହଂସ। ପରିବାର କହେଲେ ମାଏକିନା ଭାନୁମତୀ, ୨ ପୁଓ ବୈବସୁତ, ଲିଙ୍ଗରାଜ ଆର ୨ ଝି’ ନୃପତୀ, ସୁବିଧାକୁଁ ନେଇ ସଁସାର। ସାନ୍‌ ଝି’ ସୁବିଧା ଜନ୍‌ମୁ ଦୁରୁଷ୍‌ଟିହୀନ ଆଏ। ହେଲେ ତାକର ପାଠ୍‌ପଢ଼ାରେ ବହୁତ୍‌ ମନ୍‌। ସେଥିରଲାଗି ମା’ବାପ୍‌ ତାକର ନଁା ଗଁା ସ୍କୁଲରେ ଲେଖି ଦେଇଥିଲେ। ଏହେଦେ ସୁବିଧା ଗଁା ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍‌। ଝି’ର ଆଏଁଖ୍‌ ନାଇଁ ଦିଶବାର ଲାଗି ମା’ବାପ୍‌ ତାକର ଭବିଷତ୍‌ ଚିନ୍‌ତାରେ ହରମେଶା ଘାରି ହେଉଥିଲେ। ଅଭାବ ଅନାଟନ ଲାଗି ତାକର ଉଚ ଚିକିଛା ବି କରେଇ ନାଇଁ ପାରୁଥାଇ। ଇ ସମିଆରେ ସ୍କୁଲକେ ଖପ୍ରାଖୋଲ ମୋବାଇଲ ଡାକ୍‌ତରୀଦଲ ବାଲ୍‌ ସୁଆସ୍‌ତିଅ କାଯ୍‌କରମରେ ଯାଇଥିଲାବେଲେ ସୁବିଧାକୁଁ ଚିନ୍‌ହଁଟ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ତାକର ଅଁାଖି ପରୀକ୍ଷା କରାଯାଇଥିଲା। ପଛେ ତାହାକୁ ପରୀକ୍ଷା ଆର ଚିକିଛା ଲାଗି ଭୁବନେଶ୍ୱରର ଏଲ୍‌ଭି ପ୍ରସାଦ ଆଏଁଖ୍‌ ଡାକ୍‌ତରଖାନାକେ ନିଆଯାଇଥିଲା। ସେଠାନେ ଦୁଇ ଖେପ୍‌ କରି ତାକର ଆଏଁଖ୍‌ ଅପରେଶନ କରାଯାଇଥିଲା। ଏହେଦେ ସୁବିଧା ସବୁ ଫଟିକ ଦେଖି ପାରୁଥିଲାବେଲେ ସେ ଗୁଟେ ନୂଅଁା ଜୀବନ୍‌ ପାଇଥିବାର କହିଛନ୍‌। ଫିଦିନ ନିଜର ସାଂଗସାଥି ସଂଗେ ସ୍କୁଲ ଯାଉଛନ୍‌, ଖେଲ୍‌କୁଦ କରୁଛନ୍‌। ତାକର ଚିକିଛାର ସବୁ ଖରଚ୍‌ ରାଏଜ୍‌ ସରକାର ବହନ୍‌ କରିଛନ୍‌। ଇଥିରଲାଗି ସୁବିଧାକଁର ମା’ବାପ୍‌ ଡାକ୍‌ତରୀଦଲ ଆର ରାଏଜ୍‌ ସରକାରକୁଁ କୁରୁତ୍‌ କୁରୁତ୍‌ ହେଇ ଧଏନ୍‌ବାଦ ଦେଇଛନ୍‌।

Share