ନୂଆଦିଲ୍ଲୀ,୭।୧୨: ଏଣିକି ରେଜିଷ୍ଟ୍ରେଶନ ସାର୍ଟିଫିକେଟ(ଆର୍ସି) ଏବଂ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ସହିତ ମୋବାଇଲ୍ ନମ୍ବରକୁ ଲିଙ୍କ୍ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ତେବେ ଏସମ୍ପର୍କରେ ଦେଶର ସାଧାରଣ ଲୋକଙ୍କଠାରୁ ସରକାର ମତାମତ ଲୋଡିଛନ୍ତି। ଏସମ୍ପର୍କିତ ମତାମତ ଡିସେମ୍ବର ୨୯ ପର୍ଯ୍ୟନ୍ତ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଣଳୟକୁ ପଠାଯାଇପାରିବ। ଏହି ନିୟମ ୨୦୨୦ ଏପ୍ରିଲ୍ ୧ରୁ ଲାଗୁ ହେବ ବୋଲି କୁହାଯାଉଛି।