ଆର୍‌.ଉଦୟଗିରି, ନୂଆଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶୋଧକ ସିଞ୍ଚନ

ଆର୍‌.ଉଦୟଗିରି,୯ା୪(ଡି.ଏନ୍‌.ଏ.) : ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ଼, ଖଜୁରୀପଦା ଓ ବଡ଼ପଦା ସହରରେ ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତ କୃର୍ତ୍ତପକ୍ଷ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କରୋନା ଭୂତାଣୁ ସହ ମୁକାବିଲା ପ୍ରୟାସ ଜୋରଦାର ଚାଲିଛି। ତହସିଲ, ବ୍ଲକ, ମେଡିକାଲ, ସାହିର ଗଳିକନ୍ଦି ଏବଂ ମୁଖ୍ୟ ରାସ୍ତାର ଦୁଇ ପାଖରେ ଦମକଳ ଗାଡ଼ି ଦ୍ୱାରା ବିଶୋଧକ ସିଞ୍ଚନ କରାଯାଉଛି। ସମ୍ପୂଣ୍ଣର୍ର୍ ସହର ସାନିଟାଇଜ୍‌ କରିବା ନିମନ୍ତେ ପଞ୍ଚାୟତର ପିଇଓମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବାଧାନରେ ଆର.ଉଦୟଗିରି ତହସିଲିଦାର ସ୍ମୃତି ରଞ୍ଜନ ଶତପଥୀ, ବିଡିଓ ପ୍ରଦୀପ କୁମାର ନାୟକ ଓ ନୂଆଗଡ଼ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ଓ ବିଡିଓ ଲାବନ୍ୟମେନ୍ଦୁ ମହାନ୍ତିଙ୍କ ଉପସ୍ଥିତରେ ପଞ୍ଚାୟତ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ସହରରେ ଏହି ସିଞ୍ଚନ କରାଯାଉଛି।