ଆର୍‌. ପି. ଶର୍ମା ଲୋକାୟୁକ୍ତ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶର୍ମାଙ୍କ ନାମ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗ୍ରହଣ କରିଥିବା ଜଣାପଡ଼ିଛି। ଶର୍ମା ଲୋକାଯୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର ପୋଲିସ ଡିଜି ବଦଳିବେ। ଖୁବ୍‌ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି। ତେବେ ମଙ୍ଗଳବାର ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି।

Share