ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ ରୂପାୟନ କରି ସୁଇଜରଲାଣ୍ଡ୍‌ର ଆଲପ୍ସ୍‌ ପର୍ବତରେ ଲାଇଟ୍‌ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା କରାଯାଇଛି। ଅନ୍ଧାର ରାତିରେ ତ୍ରିରଙ୍ଗାର ଆଲୋକରେ ଆଲପ୍ସ୍‌ ଆଲୋକିତ ହେଉଛି। ଆର୍ଟିଷ୍ଟ ଗୈରି ହୋଫ୍‌ଷ୍ଟେଟର ପାହାଡ଼ର ୮୦୦ ମିଟର ଉଚ୍ଚରେ ଏଭଳି କଳାକୃତି କରିଛନ୍ତି। ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରିଛନ୍ତି ଯେ, କରୋନା ଲଢ଼େଇରେ ଭାରତୀୟ ଏକଜୁଟ ହୋଇଥିବା ଏହା ସୂଚିତ କରୁଛି।

Share