ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାକୁ ଦଶନ୍ଧିର ସବୁଠୁ ଭୟାବହ ଭୂକମ୍ପ ବୋଲି କୁହାଯାଇଛି। ବନ୍ଦର ସହର ଡୁରେସ୍‌ ଏବଂ ଥୁମାନେରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଯାଇଥିଲେ।

Share