Posted inଜାତୀୟ

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି ଷଡ଼ଯନ୍ତ୍ର। ଇଦ୍‌-ଉଲ୍‌-ଜୁହା ପାଳନ ପାଇଁ ସୋମବାର ଉପତ୍ୟକା ସମେତ ଭାରତର ବିଭିନ୍ନ ସହର ଉତ୍ସବମୁଖର ହେବାକୁ ଥିବାବେଳେ ଆକ୍ରମଣ ପାଇଁ ଯୋଜନା କରିଛି ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)। ଆଉ ଏହାକୁ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ସମର୍ଥନ ମିଳିଛି। ଏନେଇ ଗୋଇନ୍ଦା ବ୍ୟୁରୋ (ଆଇବି) ପକ୍ଷରୁ ରିପୋର୍ଟ ମିଳିବା ପରେ ଦେଶର ରାଜ୍ୟ ପୋଲିସ ମୁଖ୍ୟାଳୟଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି।
ମିଳିଥିବା ସୂଚନାନୁସାରେ ଆଇଏସ୍‌ ଏବଂ ପାକିସ୍ତାନ ସମର୍ଥତ୍ତ କଠୋରପନ୍ଥୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଦେଶର ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ସେମାନଙ୍କ ଟାର୍ଗେଟରେ ବସ୍‌ ଷ୍ଟପ୍‌, ରେଳ ଷ୍ଟେଶନ, ବିମାନବନ୍ଦର ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଆଇଏସ୍‌ ଭାରତରେ ଆଖିଦୃଶିଆ କାୟାବିସ୍ତାର କରିପାରି ନ ଥିଲେ ହେଁ ଜମ୍ମୁ-କଶ୍ମୀର ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏହାକୁ କ୍ରୋଧାନ୍ବିତ କରିଛି। ତେଣୁ ସୋମବାର ଆକ୍ରମଣ କରି ପ୍ରତିଶୋଧ ନେବା ପାଇଁ ଆଇଏସ୍‌ଆଇ ଏହାର ଜେହାଦୀଙ୍କୁ ଉସୁକାଉଥିବା ଆଇବି ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ତାଲିବାନ ପକ୍ଷରୁ କେତେକ ସ୍ଥାନରେ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେବେ ଆଫଗାନିସ୍ତାନ ସ୍ଥିତି ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନ ଯୋଡ଼ିବା ପାଇଁ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହେଦ ଏକ ବିବୃତି ଜାରି କରି ପାକିସ୍ତାନକୁ ତାଗିଦ କରିବା ପରେ ଏଭଳି ଆଶଙ୍କା ଦୂର ହୋଇଛି।
ସେପଟେ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରୁଥିବାବେଳେ ଇଦ୍‌ ପାଳନ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଇଦ୍‌ ଅବସରରେ ମସ୍‌ଜିଦଗୁଡ଼ିକରେ ସାମୂହିକ ପ୍ରାର୍ଥନା ପାଇଁ ଉପତ୍ୟକାବାସୀଙ୍କୁ ସୁଯୋଗ ଦିଆଯିବ। ଗୁଜବ ରୋକିବା ପାଇଁ ମୋବାଇଲ୍‌ ଓ ଲ୍ୟାଣ୍ଡ ଲାଇନ୍‌ ଉପରେ କଟକଣା ଜାରି କରାଯାଇଥିବାବେଳେ ଏହି ସେବାକୁ ସ୍ବାଭାବିକ କରିବା ଲାଗି
ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଆତଙ୍କବାଦୀ ସକ୍ରିୟ ଥିବା ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳ ଗସ୍ତ କରି ନିରାପତ୍ତା ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ପ୍ରଶାସନିକ ଅଧିକାରୀଙ୍କୁ ନେଇ ମାରାଥନ୍‌ ବୈଠକ କରି ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ପ୍ରକାର ତ୍ରୁଟି ନ ହେବ ସେଥିପାଇଁ ସୁରକ୍ଷା ବଳର କଡ଼ା ନଜରରେ ରହିଛି ସମଗ୍ର ଉପତ୍ୟକା।


Enter your email to get our daily news in your inbox.

All Right Reserved By Dharitri.Com

‘ଶାରୀରିକ ସମ୍ପର୍କ’ର ଅର୍ଥ ବଳାତ୍କାର…, ଦିଲ୍ଲୀ ହାଇକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ, ୨୯।୧୨: ଦିଲ୍ଲୀ ହାଇକୋର୍ଟ ପୋକ୍ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି କହିଛନ୍ତି, ନାବାଳିକା ପୀଡିତା ଦ୍ୱାରା ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିବାର...

ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ

ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍‌ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି।...

‘ଦିଲ୍ଲୀରେ ମିଳିଲା ନାହିଁ ୨ ଗଜ ସ୍ଥାନ’, କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଚରମ ସୀମାରେ ରହିଛି ଏବଂ ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଆକ୍ରମଣ...

ଶିଶୁ ହତ୍ୟା ଅଭିଯୋଗରେ ମୁମ୍ବାଇରୁ ଗିରଫ ହେଲେ ଜମାଟୋ ଡେଲିଭରି ବୟ

ମୁମ୍ବାଇ,୨୯।୧୨: ଭଜନପୁର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାରୋଲ ଜମ୍ପରଙ୍କୁ ମୁମ୍ବାଇର ଏକ ଜନବହୁଳ ଅଞ୍ଚଳରୁ...

ଘୋଷଣା ହେଲା କଂଗ୍ରେସର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନର ନୂଆ ତାରିଖ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ...

କାହିଁକି ଦିଲ୍ଲୀ ଗସ୍ତ କରିଛନ୍ତି ନୀତୀଶ? ଇସ୍ତଫା ଚର୍ଚ୍ଚା ମଧ୍ୟରେ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ

ନୂଆଦିଲ୍ଲୀ/ପାଟନା,୨୯।୧୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଚାଲିଯିବା ମାତ୍ରେ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ...

ସ୍ମୃତିରେ ହୋଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଯମୁନାରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅସ୍ଥିକୁ ବିସର୍ଜନ କରିବାର ରୀତିନୀତି ରବିବାର (୨୯ ଡିସେମ୍ବର) ଦିଲ୍ଲୀର ଗୁରୁଦ୍ୱାର ମଜନୁ କା ତିଲା ନିକଟ ଯମୁନା...

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri