ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଥିବା ବେଳେ ଅଧିକାଂଶ ଦର୍ଶକ ଏହାକୁ ପସନ୍ଦ କରିବା ସହ ଆଲିଆଙ୍କ ଅଭନିୟକୁ ବି ପ୍ରଶଂସା କରିଛନ୍ତି । ଏଥିରେ ପଛଘୁଞ୍ଚା ଦେଇ ନାହାନ୍ତି ଆଲିଆଙ୍କ ବୟଫ୍ରେଣ୍ଡ ରଣବୀର କପୁରଙ୍କ କଜିନ ସିଷ୍ଟର କରିନା କପୁର ଖାଁ । ସେ ମଧ୍ୟ ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିଆଙ୍କ ଅଭିନୟର ପ୍ରଶଂସା କରିଛନ୍ତି । ଇନଷ୍ଟାଗ୍ରାମରେ କରିନା ଟ୍ରେଲରର ଏକ ସ୍କ୍ରିନ ସଟ୍ ପକାଇବା ସହ ଲେଖିଛନ୍ତି, ‘ସୁପର ଡୁପର ଷ୍ଟାର ଉଫ୍ ଆଟ ଦ ରେଟ ଆଲିଆ ଭଟ୍ଟ’ ଏହାସହ ହାର୍ଟ ଇମୋଜି ବି ଶେୟାର କରିଛନ୍ତି କରିନା ।
ଏହା ପୂର୍ବରୁ ରଣବୀର ବି ଫିଲ୍ମର ଟ୍ରେଲର ଦେଖି ଏହା ଉପରେ କମେଣ୍ଟ ଦେଇ ସାରିଛନ୍ତି । ଗଙ୍ଗୁବାଇ ଷ୍ଟାଇଲ ନମସ୍ତେ ମାଧ୍ୟମରେ ସେ ଆଲିଆଙ୍କ ପ୍ରଶଂସା କରିଛନ୍ତି । ଆଗକୁ ଆଲିଆ ‘ରକି ଔର ରାନି କି ପ୍ରେମ କାହାନି’, ଡାରଲିଙ୍ଗସ, ଆର୍‌ଆର୍‌ଆର୍ ଓ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

Share