Advertisement

ଆଲିଆଙ୍କୁ ଭିଡ଼ରୁ ବଞ୍ଚାଇଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅନ୍ୟତମ। ଦୀର୍ଘଦିନରୁ ବି’ଟାଉନରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି। ବଲିଉଡ୍‌ ସେଲିବ୍ରିଟିମାନେ ନିଜ ନିଜ ଡେଷ୍ଟିନେଶନ୍‌ରେ ନୂଆବର୍ଷ ପାଳିଥିବା ବେଳେ ରଣବୀର ଓ ଆଲିଆ ମଧ୍ୟ ନିକଟତର ବନ୍ଧୁ ଅୟାନ ମୁଖାର୍ଜୀଙ୍କ ସହ ଛୁଟି କାଟିବାକୁ ବାହାରକୁ ଯାଇଥିଲେ। ସେହି ସମୟର କେତେକ ଫଟୋକୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ନୂଆବର୍ଷ ସେଲିବ୍ରେଟ କରି ଶୁକ୍ରବାର ଭାରତକୁ ଫେରିଥିବା ବେଳେ ତାଙ୍କୁ ସକାଳେ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଆଲିଆ ଓ ରଣବୀର ଏୟାରପୋର୍ଟରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ପ୍ରଶଂସକ ଘେରିଯାଇଥିଲେ। ତାଙ୍କ ସହ ସେଲ୍ଫି ନେବାକୁ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏଥିଯୋଗୁ ଆଲିଆଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମୟରେ ରଣବୀର ତାଙ୍କୁ ଭିଡ଼ରୁ ବାହାର କରିଥିବା ଦେଖିବାକୁ ମିଳିଛି। ସେତେବେଳେ ରଣବୀର ଆଲିଆଙ୍କ ପ୍ରତି ବେଶ୍‌ ଯତ୍ନଶୀଳ ହୋଇପଡ଼ିଥିବା ବେଳେ ଏଥିରେ ତାଙ୍କର ଭଲପାଇବାର ଝଲକ ଦେଖିବାକୁ ମିଳିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share