ଆଲିଆଙ୍କୁ ସହି ପାରୁନାହାନ୍ତି କଙ୍ଗନାଙ୍କ ଭଉଣୀ

ଅଭିନେତ୍ରୀ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଆଲିଆଙ୍କୁ ଜମା ସହିପାରୁନାହାନ୍ତି। କିଛିଦିନ ହେବ ପ୍ରତ୍ୟେକ କଥାରେ ଆଲିଆଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ରଙ୍ଗୋଲୀ ଏକ ଟୁଇଟ୍‌ କରି ଆଲିଆଙ୍କ ପ୍ରତି ସିଧା ଆରୋପ ଲଗାଇଛନ୍ତି।
ଅସଲ କାରଣ ହେଲା ଆଲିଆ ବେଷ୍ଟ ଅଭିନେତ୍ରୀ ଭାବେ ପୁରସ୍କାର ଜିତିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ରଙ୍ଗୋଲୀ। ଟୁଇଟ୍‌ କରି ସେ କହିଛନ୍ତି, ସତ କଥା ଏଇଆ ଯେ, ତୁମେ ଚୁପ୍‌ଚାପ୍‌ ଯାହା କରିନେଲ ତାହା କେହି ଜାଣିନାହାନ୍ତି ବୋଧହୁଏ। ଏପର୍ଯ୍ୟନ୍ତ ରଙ୍ଗୋଲୀଙ୍କ ଟୁଇଟ୍‌ର କୌଣସି ଉତ୍ତର ଦେଇନାହାନ୍ତି ଆଲିଆ। ଭାଇରାଲ ହୋଇଥିବା ଭିଡିଓରେ ଆଲିଆ ହାତରେ ଆଓ୍ବାର୍ଡ ଧରି ଆସୁଛନ୍ତି। ଏହି ଭିଡିଓରେ ଆଲିଆଙ୍କ ମ୍ୟାନେଜର ଫଟୋଗ୍ରାଫରଙ୍କୁ କହୁଛନ୍ତି, ଏବେ ଫଟୋ ପୋଷ୍ଟ କରନା। ଆଲିଆ ମଧ୍ୟ କହୁଛନ୍ତି ୭ଟା ପରେ ଏହା ପୋଷ୍ଟ କରିବ। ଏହା ଦେଖି ରଙ୍ଗୋଲୀ କହିଛନ୍ତି, ଆଓ୍ବାର୍ଡ ଫିକ୍ସିଂ ହୋଇଛି। ତେଣୁ କେତେ ସତ କେତେ ମିଛ ଯଦିଓ ଜଣାପଡ଼ିନି, ରଙ୍ଗୋଲୀ କିନ୍ତୁ ଆଲିଆଙ୍କୁ ଟାର୍ଗେଟ କରିବା ଛାଡୁନାହାନ୍ତି।

Share