ଆଲିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତାଟିଏ ବି ଦେଲେନି ରଣବୀର, କାରଣ ଖୋଜୁଛନ୍ତି ପ୍ରଶଂସକ

ମୁମ୍ବାଇ: କ୍ୟୁଟ୍‌ ଗାର୍ଲ ଆଲିଆ ଭଟ୍ଟ ଗତ ୧୫ ତାରିଖରେ ୨୭ତମ ଜନ୍ମଦିବସ ପାଳନ କରିଛନ୍ତି। ବଡ଼ ଭଉଣୀ ଶାହୀନ୍‌ ଏବଂ କିଛି ବାନ୍ଧବୀଙ୍କ ସହିତ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ମାତ୍ର ତାଙ୍କ ବୟଫ୍ରେଣ୍ଡ୍‌ କୁହାଯାଉଥିବା ରଣବୀର କପୁର ଏହି ଖାସ୍‌ ଦିନରେ ଅନୁପସ୍ଥିତ ଥିଲେ। ଏଥିରୁ ତାଙ୍କ ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ସେମାନଙ୍କ ମଧ୍ୟରେ ତୁ ତୁ ମେ ମେ ଚାଲିଛି। ଆଲିଆ ତାଙ୍କ ଲେଡି ଗ୍ୟାଙ୍ଗ୍‌ ସହ ଜନ୍ମଦିନରେ ୨ଟି କେକ୍‌ କାଟିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। କିଛି ଫିଲ୍ମ କଳାକାରଙ୍କ ସହ ବନ୍ଧୁ, ସହକର୍ମୀ, ତାଙ୍କ ମା’ ଏପରିକି ରଣବୀରଙ୍କ ମା’ନୀତୁ ସିଂହ ମଧ୍ୟ ଆଲିଆଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। କିନ୍ତୁ ଏଥିରେ ରଣବୀରଙ୍କର କୌଣସି ଶୁଭେଚ୍ଛା ବାର୍ତ୍ତା ନ ଥିଲା।
ଏକ ରିପୋର୍ଟ ଅନୁସାରେ, ଆଲିଆଙ୍କ ଜନ୍ମଦିନ ପରେ ନତାଶା ପୁନାଓ୍ବାଲା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ଶେୟାର କରିଥିଲେ। ଏଥିରେ ରଣବୀର ଆଲିଆଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଫଟୋଟି ନ୍ୟୁୟର୍କରେ ଉଠାଯାଇଥିବା ଜଣାପଡ଼ିଥିଲା।
ଆଲିଆ-ରଣବୀର ଯଦିଓ ଏନେଇ କୌଣସି ମୁହଁ ଖୋଲି ନାହାନ୍ତି ମିଡିଆ କିନ୍ତୁ ସବୁବେଳେ ତାଙ୍କ ଉପରେ ନଜର ରଖିଛି। ଡିସେମ୍ବରରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳିଥିଲା। ଏହା ପାଇଁ ଅତିଥିଙ୍କ ତାଲିକା ହୋଇଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏହି ଦୁଇଜଣଙ୍କ ନୀବରତା ଯୋଗୁ କୌଣସି କଥା ସ୍ପଷ୍ଟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଆଲିଆ ଏବଂ ରଣବୀର ଆୟନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।

Share