ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି ଭାତ ଅଧିକ ପସନ୍ଦ। ସେ ଦିନରେ ଯେତେ ଥର ହେଉନା କାହିଁକି ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଆଲିଆ ନିଜ ଫିଟ୍‌ନେସ ପାଇଁ ବିଶେଷ ଯତ୍ନବାନ। ଏପରିକି ସେ ଯେଉଁ ସ୍ଥାନକୁ ଯା’ନ୍ତି ସାଥିରେ ତାଙ୍କ ରୋଷେୟାକୁ ନେଇ ଯାଇଥାନ୍ତି। ଦହିଭାତରେ ପ୍ରୋଟିନ୍‌ ଓ ପୋଷକ ତତ୍ତ୍ୱ ଭରପୂର ପରିମାଣର ରହିଥାଏ।

ତେବେ ଜାଣନ୍ତୁ ଆଲିଆ ପସନ୍ଦ କରୁଥିବା ଦହିଭାତର ଉପକାରୀ ଗୁଣ ସମ୍ପର୍କରେ…

ହଜମ ପ୍ରକ୍ରିୟା ସହଜ କରେ
ଦହିଭାତରେ ଥଣ୍ଡା ପ୍ରଭାବ ସହିତ ପ୍ରୋବୋଟିକ୍‌ ଗୁଣ ରହିଛି। ଯାହା ପେଟ ଥଣ୍ଡା ରଖିବା ସହ ଖାଦ୍ୟକୁ ଶୀଘ୍ର ହଜମ କରିଥାଏ।

କେଶ ଶକ୍ତ କରେ
ପ୍ରୋଟିନ୍‌ ଅଭାବରୁ କେଶ ଝଡୁଥିବା ବେଳେ ଦହିଭାତରେ ଥିବା ପ୍ରୋଟିନ୍‌ ଏହି ସମସ୍ୟା ଦୂର କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଚାପମୁକ୍ତ

ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଦହିଭାତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଚାପମୁକ୍ତ କରାଇଥାଏ।

ତ୍ୱଚାରୁ ଦାଗ ଦୂର କରେ

ହଜମ ପ୍ରକ୍ରିୟା ସହଜ ହେବାର ସିଧା ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଫଳରେ ମୁହଁରୁ ଦାଗ ଦୂର ହୁଏ।

Share