ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ ଭଟ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ ପ୍ରେମ କାହାଣୀ’କୁ ନେଇ ଏବେ ଦର୍ଶକକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ନିକଟରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା। ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ଝିଅ ଆଲିଆ ଅଭିନୀତ ଫିଲ୍ମ ଦେଖିବାକୁ ମହେଶ ଭଟ୍ଟ ସ୍ତ୍ରୀ ସୋନି ରାଜଦାନଙ୍କ ସହ ପହଞ୍ଚିଥିଲେ। ଫିଲ୍ମ ଦେଖିସାରିବା ପରେ ସେ ବହୁତ ଖୁସି ଥିଲେ। ଆଲିଆଙ୍କ ସେ ଜଣେ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ସେହି ସମୟରେ ଝିଅ ପୂଜା ଭଟ୍ଟଙ୍କ ବିଷୟରେ ପଚରାଯିବାରୁ ମହେଶ ସେହି ପ୍ରଶ୍ନ ଏଡାଇ ମୁଁ କେବଳ ଆଲିଆଙ୍କ ଫ୍ୟାନ୍‌ ବୋଲି କହି ସେଠାରୁ ପଳାଇଥିଲେ। ନେକ ଗୁଜବ ରହିଛି।
‘ରକି ଔର ରାନୀ ପ୍ରେମ କାହାଣୀ’ ଫିଲ୍ମରେ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି। କରଣ ଜୋହର ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।

 

Share