ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ସେହିପରି ବଲିଉଡ୍‌ ଲିଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କୁ ଦଶକର ସବୁଠୁ ସେକ୍ସି ମହିଳା ଭାବେ ଚୟନ କରାଯାଇଛି। ୨୦୧୯ରେ ଆଲିଆ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ ଭାରତ ପକ୍ଷରୁ ଓସ୍କାର ଏଣ୍ଟ୍ରି କରିଥିଲା। ‘ଇଷ୍ଟର୍ଣ୍ଣ ଆଇ’ ପକ୍ଷରୁ ଅନଲାଇନ୍‌ ଭୋଟ୍‌, ମିଡିଆ କଭରେଜ୍‌, ବିଭିନ୍ନ ସୋସିଆଲ ମିଡିଆରେ ମିଳୁଥିବା ପ୍ରତିକ୍ରିୟା ନେଇ ଏହି ସୁଚୀ ଜାରି କରାଯାଇଥିଲା। ୨୦୧୮ରେ ଦୀପିକା ପାଦ୍ୟୁକୋନ୍‌ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଥିଲେ।

Share