ଆଲିଆ, ରଣବୀରଙ୍କ ବିବାହକୁ ନେଇ ଏମିତି କହିଲେ ମହେଶ ଭଟ୍ଟ

ଅନେକ ଦିନରୁ ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଛନ୍ତି ପ୍ରଶଂସକ। ଦୁହେଁ ନିଜର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବା ପରେ ପରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି। ତେବେ ଦୁହିଁଙ୍କ ବିବାହକୁ ନେଇ ମତ ରଖିଛନ୍ତି ଆଲିଆଙ୍କ ପିତା ମହେଶ ଭଟ୍ଟ। ରଣବୀର ଜଣେ ଭଲ ହୃଦୟର ବ୍ୟକ୍ତି। ତାଙ୍କୁ ମୁଁ ପସନ୍ଦ କରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ରଣବୀରଙ୍କ ପିତା ଋଷି କପୁର ଏବଂ ମା’ ନିତୁ ମଧ୍ୟ ଆଲିଆଙ୍କୁ ଭାବି ବୋହୂ ଭାବେ ସ୍ବୀକାର କରିସାରିଛନ୍ତି। ବିଭିନ୍ନ ପାର୍ଟି ହେଉ କି ଘରର କୌଣସି ଉତ୍ସବରେ ଆଲିଙ୍କୁ ଦେଖିବାକୁ ମିଳୁଛି। ନିକଟରେ ରଣବୀର କପୁରଙ୍କର ସଂପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହରେ ଆଲିଆ ନୀତୁଙ୍କ ସହ ପହଞ୍ଚିଥିଲେ।

Share