ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ‘Aliabe’ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ୮୭ ହଜାରରୁ ଅଧିକ ଲୋକ ସବ୍‌ସ୍କ୍ରାଇବ୍‌ କରିଥିବାବେଳେ ୨ ଲକ୍ଷରୁ ଅଧିକ ଲାଇକ୍‌ କରିଛନ୍ତି। ଚ୍ୟାନେଲ୍‌ ଜରିଆରେ ଫିଲ୍ମ ପଛର ଦୃଶ୍ୟ ଏବଂ ଶୁଟିଂ ସେଟ୍‌ର କିଛି ଖାସ୍‌ ଦୃଶ୍ୟ ଶେୟାର କରିବେ ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ନିଜ ଜୀବନ ସହିତ ଜଡ଼ିତ କିଛି କଥା ଏବଂ ଫଟୋ ପୋଷ୍ଟ କରିବେ। ପ୍ରଥମ ଦିନରେ ୨ ମିନିଟ୍‌ ୪୨ ସେକେଣ୍ଡର ଏକ ଭିଡିଓରେ ଆଲିଆ କହିଛନ୍ତି, ନିଜର ଫିଟ୍‌ନେସ ସିକ୍ରେଟ୍‌, ଦୈନନ୍ଦିନ ଜୀବନଶୈଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ଇସ୍ୟୁ ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିବେ। କହିରଖୁଛୁ, ଆଲିଆ ବଲିଉଡ୍‌ର ପ୍ରଥମ ଅଭିନେତ୍ରୀ ଯିଏ କି ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କରିଛନ୍ତି। ଟୁଇଟର, ଇନ୍‌ଷ୍ଟାଗ୍ରାମ ହେଉଛି ଏହି ଚ୍ୟାନେଲ୍‌ର ମୁଖ୍ୟ ମାଧ୍ୟମ। ଏଥିରୁ ଜାଣିବାକୁ ମିଳିବ ଆଲିଆ କିପରି ନିଜ ଜୀବନକୁ ଜିତିଛନ୍ତି।

Share