Categories: ଜାତୀୟ

ଆଲିଗଡ଼ ବଳାତ୍କାର ମାମଲା: ଭାଜପାକୁ ‘ବେଟି ବଚାଓ’ ସ୍ଲୋଗାନ ମନେ ପକାଇଲା ଶିବସେନା

ମୁମ୍ବାଇ,୧୦।୬: ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍‌ କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି। ଭାଜପା ‘ବେଟି ବଚାଓ’ ସ୍ଲୋଗାନ୍‌ ଦେଉଥିବାବେଳେ ଦେଶରେ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀଙ୍କୁ କଠୋର ଦଣ୍ଡାଦେଶ କରାଯିବା ଆବଶ୍ୟକତା ଉପରେ ଶିବସେନା ଜୋର୍‌ ଦେଇଛି। ଏଭଳି ଅପରାଧୀଙ୍କର ସମାଜରେ ରହିବାର ଅଧିକାର ନାହିଁ ବୋଲି ସାମନାରେ କୁହାଯାଇଛି। ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯିବା ଉପରେ ଏଥିରେ ଦର୍ଶାଯାଇଛି।

Share