Categories: ଜାତୀୟ

ଆଲିଗଡ ବଳାତ୍କାର ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ: ପ୍ରିୟଙ୍କା

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାରେ ରାଜନୀତି ଜୋର ଧରିଛି। ଦେଶର ବଡ ବଡ ସେଲିବ୍ରିଟି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଶୁକ୍ରବାର ଟୁଇଟ୍‌ କରି ସେ ଘଟଣାକୁ ଅମାନବୀୟ ବୋଲି କହିଛନ୍ତି। ମୃତ ଶିଶୁକନ୍ୟା ପରିବାର ଲୋକଙ୍କ ମଧ୍ୟରେ କ’ଣ ବିତୁଥିବା ତାହା ଭାବିଲେ ହୃଦୟକୁ କଷ୍ଟ ଲାଗୁଛି ବୋଲି ସେ କହିଛନ୍ତି। ଏଭଳି ଜଘନ୍ୟ ଘଟଣାରେ ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟା ଅପହରଣ କରିନେଇ ତାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ପୋଲିସ ବୁଦାମୂଳରୁ ଉଦ୍ଧାର କରିଥିଲା।

Share