Advertisement
Categories: ବାଣିଜ୍ୟ

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୫ରୁ ପ୍ରତିଷ୍ଠାନରେ ପାଠପଢା ଆରମ୍ଭ ହୋଇଛି। ଅଧିବେଶନକୁ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ଉପସଭାପତି ସି.ଆର୍‌.ଚୌଧରୀ ଉନ୍ମୋଚନ କରିଥିଲେ। ଓଡ଼ିଶାରେ ଅନେକ ପ୍ରତିଭାବାନ ଛାତ୍ରୀଛାତ୍ର ରହିଥିବା ଚୌଧୁରୀ ଏଥିରେ ଗୁରୁତ୍ୱାରୋପ କରିଛନ୍ତି। ଏଠାକାର ଛାତ୍ରୀଛାତ୍ର ବହୁତ ପରିଶ୍ରମୀ ହୋଇଥିବା ବେଳେ ଠିକ୍‌ ମାର୍ଗଦର୍ଶନ ପାଇଲେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ମତ ରଖିଛନ୍ତି। ଛାତ୍ରୀଛାତ୍ରଙ୍କ ମେଡିକାଲ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାର ସ୍ବପ୍ନକୁ ପୂରଣ କରିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ସେ କହିଛନ୍ତି। ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରିବା ସହ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଅଭିଜ୍ଞ ଫାକଲଟିଙ୍କ ସହ କାର୍ଯ୍ୟ କରୁଥିବା ଭୁବନେଶ୍ୱର ସେଣ୍ଟର ମୁଖ୍ୟ ଅନୁରାଗ ମିଶ୍ର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଆଲେନ୍‌ର ଉପସଭାପତି ପଙ୍କଜ ଅଗ୍ରଓ୍ବାଲ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share