ଆଲୋକମାଳାରେ ଝଲସୁଛି ବଇଣ୍ଡା ପୂଜା ମଣ୍ଡପ

ବଇଣ୍ଡା,୬ା୧୦(ଡି.ଏନ.ଏ)-କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ରୋଡ ଓ ଡେବେରାପାଲି ଗ୍ରାମରେ ଶନିବାରଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିପାଇଁ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇପଡ଼ିଛି। ଶୁକ୍ରବାର ଅପରାହ୍ନରେ ଚନ୍ଦନ ପୋଖରୀରୁ କଳସରେ ପାଣି ଆଣିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ରଙ୍ଗବେରଙ୍ଗ ଆଲୋକମାଳାରେ ପୂଜା ମଣ୍ଡପ ଗୁଡ଼ିକ ଝଲସି ଉଠୁଛି। ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଡେବେରାପାଲି ପୂଜା କମିଟି ସଭାପତି ହରମୋହନ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଦୁର୍ଗାଚରଣ ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, କୈଳାସ ଚନ୍ଦ୍ର ମିଶ୍ର, ରାଜେନ୍ଦ୍ର ରାଉତ, ରମେଶ ଘିଓ୍ବାଲା, ସୁବାଷ ଶତପଥୀ, ବୀରକିଶୋର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।

Share