Advertisement

ଆଲୋଭେରା, ରୂପଚର୍ଯ୍ୟା

ନିଜ ସୌନ୍ଦର୍ଯ୍ୟରେ ଚମକ ଆଣିବାକୁ ପ୍ରାୟ ସବୁ ମହିଳାଙ୍କର ଇଚ୍ଛା ଥାଏ। ବିୟୁଟିପାର୍ଲର ଯାଇ ସେଠାରେ ନିଜ ତ୍ୱଚାକୁ ନୂଆ ରୂପଦେବାକୁ ସେମାନେ ଚେଷ୍ଟା କରନ୍ତି। ହେଲେ ଏ କ୍ଷେତ୍ରରେ ଘିକୁଅଁାରୀ(ଆଲୋଭେରା) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଶୁଷ୍କ ତ୍ୱଚା ପାଇଁ : ତ୍ୱଚାକୁ ଓଦାଳିଆ ରଖିବାରେ ଏହା ଖୁବ୍‌ ସହାୟକ ହୁଏ। କେବଳ ଆଲୋଭେରା ଜେଲ୍‌ ଅଲିଭ୍‌ ଅଏଲ, ମହୁ ଓ ବାଦାମ ତେଲ ସହିତ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ପୁଣି ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ଚେହେରାକୁ ଅଧିକ ସମୟ ପର୍ଯ୍ୟନ୍ତ ମଶ୍ଚରାଇଜ୍‌ କରି ରଖିବ। ବୟସ ବଢ଼ିବା ସାଙ୍ଗକୁ ଚର୍ମ ଲୋଚାକୋଚା ହେବାରୁ ରକ୍ଷା କରିଥାଏ।
ଅଏଲି ସ୍କିନ୍‌ ପାଇଁ: ଦହି ସହିତ ଅଳ୍ପ ପରିମାଣରେ ଆଲୋଭେରା ଜେଲ୍‌ ଓ ଟମାଟୋ ରସ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ହାଲ୍‌କା ମସାଜ୍‌ କରନ୍ତୁ। ଏହାଦ୍ୱାରା ମୁହଁରେ ଅଏଲ ବାହାରିଯିବ ଓ ବ୍ରଣର ଚିହ୍ନ ମଧ୍ୟ ଦୂର ହେବ। ଏହି ପେଷ୍ଟକୁ ମୁହଁରେ ୨୦ମିନିଟ୍‌ ଲଗାଇ ଛାଡ଼ି ଦିଅନ୍ତୁ। ପୁଣି ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ।
ସେନସିଟିଭ୍‌ ସ୍କିନ୍‌ ଲାଗି: ଯାହାର ସ୍କିନ୍‌ ସେନ୍‌ସିଟିଭ୍‌ ହୋଇଥାଏ ତାଙ୍କ ମୁହଁରେ ଖୁବ୍‌ ଶୀଘ୍ର ବୟସର ଛାପ ଦେଖିବାକୁ ମିଳେ। ଯଦି ଆପଣଙ୍କ ସ୍କିନ୍‌ ସେନ୍‌ସିଟିଭ୍‌ ହୋଇଥାଏ ଆଲୋଭେରା ଓ ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହା ସ୍କିନ୍‌କୁ ହାଇଡ୍ରେଟ୍‌ କରିଥାଏ ଓ ବ୍ରଣଠାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ମୁହଁରେ ତୁରନ୍ତ ଚମକ ଆସିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel