Categories: ବାଣିଜ୍ୟ

ଆଲ୍ଲାହାବାଦ ବ୍ୟାଙ୍କର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୨-୮-ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଜୁନ ତ୍ରୈମାସ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ସୁଦ୍ଧା ବ୍ୟାଙ୍କର ମୋଟ୍‌ କାରବାର ୩.୭୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ଗତ ବର୍ଷ ସମାନ ସମୟରେ ଏହା ୩.୬୫ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କ ୧୨୮ କୋଟି ଟଙ୍କା ଲାଭ କରିଛି। ଏହି ସମୟରେ ବ୍ୟାଙ୍କର ପରିଚାଳନାଗତ ଲାଭ ୮୫୯.୫୫ କୋଟି ଟଙ୍କା ରହିଛି। ମୋଟ ଜମା କ୍ଷେତ୍ରରେ କାସାର ଅଂଶ ଉନ୍ନତ ହେବା ସହ ୪୭.୮୫% ଛୁଇଁଛି। ଏହା ଶିଳ୍ପ କ୍ଷେତ୍ରରେ ସର୍ବାଧିକ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ବ୍ୟାଙ୍କ ଋଣ ଅଭିବୃଦ୍ଧି କ୍ଷେତ୍ରରେ ୧୩.୦୫% ସ୍ତର ଟିପିଛି। କଷ୍ଟ ଅଫ୍‌ ଡିପୋଜିଟ୍‌ ୫.୦୭%, ପ୍ରୋଭିଜନ ଅନୁପାତ ଉନ୍ନତ ହୋଇ ୭୮.୫୮%ରେ ରହିଛି। ଏନ୍‌ପିଏ ହ୍ରାସ ପଦକ୍ଷେପ ଅନ୍ତର୍ଗତ ଏହାର ମୋଟ ଏନ୍‌ପିଏ ଜୁନ ୨୦୧୯ ସୁଦ୍ଧା ୧୭.୪୩%କୁ ଖସିଛି। ସେହିଭଳି ନେଟ୍‌ ଏନ୍‌ପିଏ ୫.୭୧ ସ୍ତରକୁ ହ୍ରାସ ହୋଇଥିବା ବେଳେ ନେଟ୍‌ ଇଣ୍ଟେରେଷ୍ଟ ମାର୍ଜିନରେ ଉନ୍ନତି ଘଟି ୨.୮୫% ସ୍ତରରେ ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share