Categories: ବାଣିଜ୍ୟ

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଲ୍‌ବ୍ୟାଙ୍କ କିଶୋର ଏବଂ ଅଲ୍‌ବ୍ୟାଙ୍କ ଜେନ୍‌ଏକ୍ସ ନାମରେ ଦୁଇ ପ୍ରଡକ୍ଟ ଏବଂ ବ୍ୟାଙ୍କର ପ୍ରାଜେକ୍ଟ ନବୋଦୟକୁ ରାଓ ଶୁଭାରମ୍ଭ କରିଥିଲେ। ଏହା ବ୍ୟାଙ୍କିଙ୍ଗ ଧାରାରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଟେକ୍ନୋଲୋଜି ଦ୍ୱାରା ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଣ ଉପରେ ଏହି ଅବସରରେ ରାଓ ଗୁରୁତ୍ୱାରୋପ କରିଥିଲେ।

ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରୋଡ ଶୋ’, ମାଗଣା ସ୍ବାସ୍ଥ୍ୟ ଶିବିର ଏବଂ ଗ୍ରାହକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ମୁଖ୍ୟ କେ.ମୂରଲୀ କ୍ରୀଷ୍ଣା ବ୍ୟାଙ୍କର ବିଭିନ୍ନ ଉଲ୍ଲେଖନୀୟ ସଫଳତା ଏବଂ ଲୋକପ୍ରିୟ ଉତ୍ପାଦ ଉପରେ ଲୋକମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଆର୍‌ବିଆଇ କ୍ଷେତ୍ରୀୟ ପ୍ରବନ୍ଧକ ଏମ୍‌.କେ. ମଲ୍ଲ, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏ.ଚନ୍ଦ୍ରଶେଖର, ପ୍ରଶାନ୍ତ ପଣ୍ଡା, ଗୁପ୍ତା ପାଓ୍ବାରର ଏମ୍‌ଡି ଏମ୍‌.ପି. ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Share