Categories: ବାଣିଜ୍ୟ

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ୫.୫ କୋଟି ବାତ୍ୟା ସହାୟତା

ଭୁବନେଶ୍ୱର,୭-୬: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୫.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସି.ଏଚ୍‌.ଏସ୍‌ .ଏସ୍‌. ମଲ୍ଲିକାର୍ଜୁନ ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏଥି ବାବଦ ଚେକ୍‌ ପ୍ରଦାନ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ବ୍ୟାଙ୍କର ଶାଖା ପରିଦର୍ଶନ, ଆର୍‌ଏମ୍‌ପିସି ଇନଚାର୍ଜଙ୍କ ସହ ଆଲୋଚନା, ଟାଉନ ହଲ ଭଳି ବୈଠକରେ ସେ ଯୋଗ ଦେଇଥିଲେ।

Share