ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଅନୁରୋଧ କଲା ଏୟାର ଇଣ୍ଡିଆ ପାଇଲଟ ସଂଘ

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏପରିସ୍ଥଳେ ସାମୟିକ ଭାବେ ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘ ପକ୍ଷରୁ ବିମାନ ଚଳାଚଳ ନିୟାମକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)କୁ ଅନୁରୋଧ କରାଯାଇଛି। ପାଇଲଟ ମଦ୍ୟପାନ କରିଛନ୍ତି କି ନାହିଁ ତାହା ନିଶ୍ୱାସ-ପ୍ରଶ୍ୱାସ ବିଶ୍ଲେଷକ(ବ୍ରେଦ୍‌ ଗ୍ୟାସ୍‌ ଆନାଲାଇଜର) ଦ୍ୱାରା ଜଣାପଡ଼ିଥାଏ। ତେବେ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଥିବାରୁ କିଛି ଦିନ ପାଇଁ ଏଭଳି ନ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

Share