ଆଳିରେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ: ଆଇସୋଲେଶନରେ ରଖିଲା ପୋଲିସ

ଆଳି,୧।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ କେତେଜଣ ମୌଲାନା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଳି ଅଞ୍ଚଳର ଜନୈକ ମୌଲାନାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ହସ୍ପିଟାଲ ଆଇସୋଲେଶନରେ ରଖିଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଗତ ମାର୍ଚ୍ଚ ୧୨ ତାରିଖରେ ଆଳି ଫେରିଥିବା ପୋଲିସ ନିକଟରେ ପ୍ରକାଶ କରିଛି। ତାଙ୍କ ସହ ଓଡ଼ିଶାରୁ ୨୫ ଜଣ ଯାଇଥିବା ସେ କହିଛନ୍ତି। ତେବେ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିବା ଆଳି ପୋଲିସ ସୂଚନା ଦେଇଛି।

Share