Categories: ଫୁରସତ

ଆଳୁ ଆକୃତି ହୋଟେଲ

ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି ଉପରେ ଏକ ବଡ ଆଳୁ ରଖାଯାଇଛି । ୬ ଟନ୍‌ ଓଜନ ବିଶିଷ୍ଟ ଏହି ହୋଟେଲରେ ଯାତ୍ରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ୨୮ ଫୁଟ ଲମ୍ବ, ୧୨ ଫୁଟ ଓସାର ଏବଂ ୧୧.୫ ଫୁଟ ଉଚ୍ଚ ବିଶିଷ୍ଟ ଏହି ହୋଟେଲ ଷ୍ଟିଲ, ପ୍ଲାଷ୍ଟର ଏବଂ କଙ୍କ୍ରିଟରେ ନିର୍ମିତ ହୋଇଛି । ହୋଟେଲ ଭିତରେ ଏକ ବେଡ୍‌, ଦୁଇଟି ଚେୟାର, ଏକ ଶେଲ୍ଫ, ତା’ସହ ଏକ ଲାଉଞ୍ଜ, ବାଥ ଟବ୍‌, ଶୀତଦିନେ ଶୀତ ଦାଉରୁ ରକ୍ଷାପାଇବା ଲାଗି ଫାୟାର ପ୍ଲେସ୍‌ ମଧ୍ୟ ରହିଛି। ତେବେ ଦୁଇ ଜଣ ଯାତ୍ରୀ ରହିବା ଲାଗି ଉଦ୍ଦିଷ୍ଟ ଥିବା ଏହି ହୋଟେଲରେ ଗୋଟିଏ ରାତ୍ରିଯାପନ କରିବା ଲାଗି ୨୦୦ ଡଲାର ଦେବାକୁ ପଡ଼ିଥାଏ।

Share