Advertisement

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ ଅମଳ ନ ହେବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଲଗାତାର ଶୋଚନୀୟ ହେବାରେ ଲାଗିଛି। ଏପରି ସ୍ଥଳେ ଗୁଜରାଟ ଆଳୁ ଚାଷୀଙ୍କ ଭୋକିଲା ପେଟରେ ଆଇନ ଛାଟ ମାରିଛି ପେପ୍ସିକୋ କମ୍ପାନୀ। ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଚାଷୀମାନେ ଚାଷ କରିଥିବାରୁ ପ୍ରତି ଚାଷୀଙ୍କ ଠାରୁ ଦେଢ଼ କୋଟି ଟଙ୍କାର କ୍ଷତି ପୂରଣ ମାଗିଛି ଏହି କମ୍ପାନୀ। ଏପରି କରି ସମ୍ପୃକ୍ତ ଚାଷୀମାନେ କମ୍ପାନୀର ଏକଚାଟିଆ ଅଧିକାରକୁ ଉଲ୍ଲଂଘନ କରିଥିବା ପେପ୍ସିକୋ କହିଛି। ଚାଷୀମାନେ ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି। ଏନେଇ ଏକ ମାମଲାର ଶୁଣାଣି ଅହମ୍ମଦାବାଦ୍‌ କୋର୍ଟରେ ଶୁକ୍ରବାର ହେବ। ୨୦୦୧ ପ୍ଲାଣ୍ଟ୍‌ ପ୍ରୋଟେକସନ୍‌ ଅଧିନିୟମ ଧାରା ୬୪ ଅନୁସାରେ ପେପ୍ସିକୋ ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଉପରେ ନିଜର ଏକ ଚାଟିଆ ଅଧିକାର ରଖିଛି। ତେବେ ଏହି ଅଧିନିୟମ ଅନ୍ତର୍ଗତ ଧାରା ୩୯ ଅନୁସାରେ ଚାଷୀମାନେ ଏକଚାଟିଆ ଅଧିକାର ପାଇଁ ପଞ୍ଜିକୃତ କିସମର ଚାଷ, ଫସଲ ବିକ୍ରି ଆଦି କରିପାରିବେ। ନିଦ୍ଧିଷ୍ଟ କିସମର ବିକ୍ରି ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅନ୍ୟ କିସମ ବିକ୍ରି କରି ପାରିବେ ନାହିଁ ବୋଲି ଥିବା ପେପ୍ସିକୋର ଏକ ଚାଟିଆ ଅଧିକାର ଦ୍ୱାରା ଅନ୍ୟ ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଚାଷୀ ସଂଘ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାଦ୍ୱାରା ଚାଷୀମାନଙ୍କର କ୍ଷତି ହେବାର ଆଶଙ୍କା ଥିବା ସଂଘ ସୂଚନା ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share