ଆଳୁ ୧୦, ପିଆଜ କିଲୋ ୫୦

କଟକ ସଦର,୨୮ା୧୨(ଡି.ଏନ୍‌.ଏ.): ରାଜ୍ୟରେ ଆଳୁ ଓ ପିଆଜ ଦର ଆକାଶଛୁଅଁ। ଥିବା ବେଳେ ଶୁକ୍ରବାର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ହାଟରେ ଜଣେ ବେପାରୀ ଆଳୁ କିଲୋ ୧୦ଟଙ୍କା ଓ ପିଆଜ କିଲୋ ୫୦ଟଙ୍କା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧ଘଣ୍ଟା ମଧ୍ୟରେ ୫କୁଇଣ୍ଟାଲ ପିଆଜ ଓ ୨୫କୁଇଣ୍ଟାଲ ଆଳୁ ବିକ୍ରି କରିଥିଲେ। ଫଳରେ ଅନ୍ୟ ବ୍ୟବସାୟୀଙ୍କ ବେପାର ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଏହି ସମୟରେ ପଞ୍ଚାୟତର ଆଦାୟକାରୀ ମାହାସୁଲ ପାଇଁ ଜଣେ ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲେ। ମାତ୍ର କୌଣସି ଜିନିଷ ବିକ୍ରି ହୋଇ ନ ଥିବା ସେ କହିଥିଲେ। ପରେ ଅନ୍ୟ ବ୍ୟବସାୟୀମାନେ ଏକତ୍ରିତ ହୋଇ କମ୍‌ ମୂଲ୍ୟରେ ବିକ୍ରି କରୁଥିବା ବେପାରୀଙ୍କୁ ତାଗିଦ କରିଥିଲେ।

Share