Categories: ଜାତୀୟ

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨।୭: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ପୁଣି ଝଟକା। ତାଙ୍କ ଜାମିନ ଆବେଦନ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆଶାରାମ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ୭୮ ବର୍ଷୀୟ ଆଶାରାମ ୨୦୧୩ରେ ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।

Share