Categories: ଖେଳ

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଶାମି ଓ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ସରେଣ୍ଡର୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ହାସିନ୍‌ କହିଛନ୍ତି, ଆଶାରାମ ବାପୁ ଏବଂ ରାମରହିମ୍‌ ଜେଲ ଯିବାରୁ ବର୍ତ୍ତିନାହାନ୍ତି ତେବେ ମହମ୍ମଦ ଶାମି କିଏ ଏବଂ ସେ କାହିଁକି ଜେଲ୍‌ ଯିବେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଶାମିଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ପତ୍ନୀ ହସିନ ମାରପିଟ, ଦୁଷ୍କର୍ମ, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏହାସହ ତାଙ୍କ ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ। ଏ ନେଇ ହସିନ ଶାମିଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ ମାମଲା ମଧ୍ୟ କୋର୍ଟରେ ଚାଲିଛି। ବର୍ତ୍ତମାନ ଶାମି ଭାରତୀୟ କ୍ରିକେଟ ଟିମ ସହ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ସେ ଫେରିଲେ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଉଛି।

Share